ଗତକାଲି ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ମ୍ୟାଚରେ ଦମ ଦେଖାଇଛି ଭାରତ । ଏହି ମ୍ୟାଚ୍ରେ ଗୋଟିଏ ପରେ ଗୋଟିଏ ଏମିତି ଘଟଣା ଘଟିଥିଲା, ଯାହା ପାକିସ୍ତାନକୁ ଲଜ୍ଜାରେ ମୁଣ୍ଡ ନୁଆଇବାକୁ ବାଧ୍ୟ କରିଥିଲା। ପ୍ରଥମ ଥର ପାଇଁ, ଯେତେବେଳେ ଟସ୍ ସମୟରେ, ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନୀ ଦଳର ଅଧିନାୟକ ସଲମାନ ଅଲି ଆଗାଙ୍କ ସହ ହାତ ମିଳାଇ ନଥିଲେ।

